ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠି | |
---|---|
ସ୍ଥାପନା | 29 ଅପ୍ରେଲ 1961 |
ପ୍ରକାର | ଅନ୍ତର୍ରାଷ୍ଟ୍ରୀୟ ବେସରକାରୀ ସଂସ୍ଥା |
ଉଦ୍ଦେଶ୍ୟ | |
ମୁଖ୍ୟାଳୟ | ରୁଏ ମୌଭର୍ଣ୍ଣେ ୨୮ ଗ୍ଲାଣ୍ଡ, ଭୌଡ, ସ୍ୱିଟ୍ଜର୍ଲାଣ୍ଡ |
କାର୍ଯ୍ୟପାଳ | ପବନ ଶୁଖଦେବ |
କାର୍ଯ୍ୟପାଳ ଏମେରିଟସ | ରାଜକୁମାର ଫିଲିପ, ଏଡିନ୍ବର୍ଗର ଡ୍ଯୁକ |
ମୁଖ୍ଯ ନିର୍ଦ୍ଦେଶକ | ମାର୍କୋ ଲାମ୍ବର୍ଟିନୀ |
ୱେବ୍ସାଇଟ | wwf worldwildlife |
ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠି (ପ୍ର.ପା.ବି.ପା.), (WWF), ୧୯୬୧ ମସିହାରେ ସ୍ଥାପିତ ହୋଇଥିବା ଏକ ଅନ୍ତର୍ରାଷ୍ଟ୍ରୀୟ ବେସରକାରୀ ସଂସ୍ଥା ଯାହା ବନ୍ଯଜନ୍ତୁ ତଥା ପ୍ରକୃତି ଉପରେ ମାନବ ପ୍ରଭାବ କମାଇବା ପାଇଁ କାମ କରେ ।[୧] ଏହାକୁ ପ୍ରଥମେ ବିଶ୍ୱ ବନ୍ଯଜନ୍ତୁ ପାଣ୍ଠି ବୋଲି କୁହାଯାଉଥିଲା ।
ପ୍ର.ପା.ବି.ପା. ବିଶ୍ୱର ସର୍ବବୃହତ ସଂରକ୍ଷଣ ସଂସ୍ଥା ଅଟେ । ଏହାର ବିଶ୍ୱବ୍ୟାପୀ ପ୍ରାୟ ପାଞ୍ଚ ନିୟୁତ ସମର୍ଥକ ଅଛନ୍ତି, ଯେଉଁମାନେ ୧୦୦ଟି ଦେଶରେ କାମକରି ୩୦୦୦ରୁ ଉର୍ଦ୍ଧ୍ବ ସଂରକ୍ଷଣ ଯୋଜନାକୁ ସମର୍ଥନ କରୁଛନ୍ତି ।[୨] ୧୯୯୫ ମସିହାରୁ ଏହି ସମର୍ଥକମାନେ ଏକତ୍ର ପ୍ରାୟ ୭.୩ ଖର୍ବ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।[୩] WWF ଏକ ଅଣଲାଭଦାୟକ ସଂଗଠନ ଯାହାର ମୋଟ ଆୟର ଶତକଡା ୫୫ ଭାଗ ଜନସାଧାରଣଙ୍କ ଦାନରୁ, ଶତକଡା ୧୯ ଭାଗ ସରକାରୀ ସଂସ୍ଥାରୁ (ଯେପରିକି ବିଶ୍ୱ ବ୍ଯାଙ୍କ, ଅନ୍ତର୍ରାଷ୍ଟ୍ରୀୟ ବିକାଶ ବିଭାଗ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତର୍ରାଷ୍ଟ୍ରୀୟ ବିକାଶ ସଂସ୍ଥା) ଓ ଶତକଡା ୮ ଭାଗ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆସିଥାଏ ।[୪][୫]