ପ୍ରସବ | |
---|---|
ଇଂରାଜୀ ପ୍ରତିଶବ୍ଦ- partus, parturition, birth | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Obstetrics, midwifery |
ପ୍ରସବ (ଅନ୍ୟ ନାମ ଲେବର ବା ଡେଲିଭରି) ନାମ ଦିଆଯାଏ ଯେତେବେଳେ ଗର୍ଭାବସ୍ଥାର ଅନ୍ତରେ ଏକ ବା ଏକାଧିକ ଶିଶୁ ମହିଳାର ଜରାୟୁରୁ ବାହାରକୁ ଆସନ୍ତି ।[୧] ସାରା ପୃଥିବୀରେ ସନ ୨୦୧୫ରେ ପ୍ରାୟ ୧୩୫ ନିୟୁତ ଶିଶୁ ଜନ୍ମ ଗ୍ରହଣ କରିଥିଲେ ।[୨] ଏଥି ମଧ୍ୟରୁ ପ୍ରାୟ ୧୫ ନିୟୁତ ଅବଧିପୂର୍ବ ପ୍ରସବ (୩୭ ସପ୍ତାହ ପୂର୍ବରୁ) ଥିଲା,[୩] ଓ ୩ରୁ ୧୨% ପ୍ରସବ ଅବଧିପର ପ୍ରସବ (୪୨ ସପ୍ତାହ ପରେ) ଥିଲା ।[୪] ବିକଶିତ ଦେଶମାନଙ୍କରେ ଅଧିକାଂଶ ପ୍ରସବ ଡାକ୍ତରଖାନାରେ ହୁଏ,[୫][୬] ଓ ବିକାଶଶୀଳ ଦେଶମାନଙ୍କରେ ଅଧିକାଂଶ ପ୍ରସବ ଧାଇମାନଙ୍କ ସାହାଯ୍ୟରେ ହୁଏ ।[୭]
ଅଧିକାଂଶ ଡେଲିଭରି ଯୋନୀପଥ ପ୍ରସବ (vaginal delivery) ପଦ୍ଧତିରେ ହୁଏ । [୮] ଏହି ପଦ୍ଧତିରେ ତୋନୋଟି ସୋପାନ ଥାଏ: ୧. ଜରାୟୂଗ୍ରୀବା ସଙ୍କୋଚନ (shortening) ଓ ଜରାୟୁ ମୁଖ ପ୍ରସାରଣ (opening of the cervix|), ୨. ନିମ୍ନଗମନ ଓ ପ୍ରସବ ୩. ପ୍ରସବ ଫୁଲର (placenta) ବହିଷ୍କାର ।[୯] ପ୍ରଥମ ସୋପାନ ନିମନ୍ତେ ୧୨ରୁ ୧୯ ଘଣ୍ଟା ଲାଗେ, ଦ୍ୱିତୀୟ ସୋପାନ ନିମନ୍ତେ ୨୦ ମିନିଟରୁ ୨ ଘଣ୍ଟା ଲାଗେ ଓ ତୃତୀୟ ସୋପାନ ନିମନ୍ତେ ୫ରୁ ୩୦ ମିନିଟ ଲାଗେ ।[୧୦] ପ୍ରଥମ ସୋପାନରେ ଉଦର ଶୂଳ (crampy abdominal pains) ବା କଟି ଯନ୍ତ୍ରଣା ଆରମ୍ଭ ହୋଇ ପ୍ରାୟ ଅଧ ମିନିଟ ରହେ ଓ ପ୍ରତି ୧୦ରୁ ୩୦ ମିନିଟରେ ପୁନର୍ବାର ହୁଏ ।[୯] ଉଦର ଶୂଳ ସମୟକ୍ରମେ ଶକ୍ତ ହୁଏ ଓ ଅଳ୍ପ ସମୟ ଅନ୍ତରରେ ବାରମ୍ବାର ହୁଏ ।[୧୦] ଦ୍ୱିତୀୟ ସୋପାନରେ ଜରାୟୁ ସଙ୍କୋଚନଦ୍ୱାରା ଶିଶୁ ଠେଲିହୋଇ ବାହାରକୁ ଆସେ ।[୧୦] ତୃତୀୟ ସୋପାନରେ ବିଳମ୍ବିତ ନାହି କଟା ସୁପାରିସ କରାଯାଏ । [୧୧] ଯନ୍ତ୍ରଣା ଉପଶମ ନିମନ୍ତେ ରିଲାକ୍ସେସନ ପଦ୍ଧତି, ଓପିଅଏଡ (opioids) ଓ ସ୍ପାଇନାଲ ବ୍ଲକ (spinal block) ଉପାୟମାନ ଅବଲମ୍ବନ କରାଯାଏ ।[୧୦]
ଅଧିକାଂଶ ପ୍ରସବରେ ଶିଶୁର ମୁଣ୍ଡ ପ୍ରଥମେ ଜନ୍ମ ହୁଏ; ୪% ଶିଶୁର ପାଦ ବା ନିତମ୍ବ (ପିଚା) ପ୍ରଥମେ ଜନ୍ମ ହୁଏ ।[୧୦][୧୨] ପ୍ରସବ ସମୟରେ ଜଣେ ମହିଳା ଇଚ୍ଛାନୁସାରେ ଚଳପ୍ରଚଳ ହୋଇପାରିବ ଓ ଖାଦ୍ୟ ଖାଇପାରିବ; ମୁଣ୍ଡ ବାହାରକୁ ଆସିବା ବେଳେ ବା ପ୍ରଥମ ସୋପାନରେ ଶିଶୁକୁ ଜରାୟୁରୁ ଠେଲି ବାହାର କରିବାକୁ ଅନୁମତି ଦିଆଯାଏ ନାହିଁ ଓ ଏନିମା ଦେବାକୁ ସୁପାରିସ କରାଯାଏ ନାହିଁ ।[୧୩] ସାଧାରଣତଃ ଏପିସିଓଟୋମି (episiotomy) ବା ଯୋନୀପଥ ମୁଖକୁ ଅପରେଶନ କରି ପ୍ରସାରିତ କରାଯାଉଥିଲେ ମଧ୍ୟ ତାହା କରିବାକୁ ଉପଦେଶ ଦିଆଯାଏ ନାହିଁ ।[୧୦] ସନ ୨୦୧୨ରେ ପ୍ରାୟ ୨୩ ନିୟୁତ ସିଜରିଆନ ସେକସନ (Caesarean section) ଅପରେଶନ କରାଯାଇଥିଲା ।[୧୪] ଯାଆଁଳା ଛୁଆ ଥିଲେ, ଫିଟାଲ ଡିସ୍ଟ୍ରେସ (signs of distress in the baby) ହେଉଥିଲେ ବା ବ୍ରିଚ ପୋଜିସନରେ ଶିଶୁ ଥିଲେ ସିଜରିଆନ ସେକସନ କରି ଶିଶୁକୁ ବାହାର କରାଯାଏ ।[୧୦] ଏହି ପଦ୍ଧତିରେ କ୍ଷତ ଶୁଖିବାକୁ ଅଧିକ ସମୟ ଲାଗେ । [୧୦]
ପ୍ରତିବର୍ଷ ଗର୍ଭାବସ୍ଥା ଓ ପ୍ରସବ ଜଟିଳତା ଯୋଗୁ ୫୦୦,୦୦୦ ମାତୃ ମୃତ୍ୟୁ (maternal deaths) ହୁଏ, ୭ ନିୟୁତ ମହିଳାଙ୍କର ସାଂଘାତିକ ଦୀର୍ଘକାଳୀନ ସମସ୍ୟା ରହେ ଓ ୫୦ ନିୟୁତ ମହିଳାଙ୍କର ପ୍ରସବପର ସ୍ୱାସ୍ଥ୍ୟ ଫଳାଫଳ ବିଯୁକ୍ତାତ୍ମକ ରହେ ।[୧୫] ବିକାଶଶୀଳ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଏ ।[୧୫] ବାଧାପ୍ରାପ୍ତ ପ୍ରସବ (obstructed labour), ପ୍ରସବପର ରକ୍ତସ୍ରାବ (postpartum bleeding), ଏକ୍ଲାମ୍ପସିଆ (eclampsia) ଓ ପ୍ରସବପର ସଂକ୍ରମଣ (postpartum infection) ଇତ୍ୟାଦି ନିର୍ଦ୍ଧଷ୍ଟ ଜଟିଳ ସମସ୍ୟା ଜାତ ହୋଇପାରେ ।[୧୫] ପ୍ରସବ ସମୟରେ ଶିଶୁର ଅମ୍ଳଜାନ ଅଭାବ ହୋଇପାରେ ଯାହାକୁ ବାର୍ଥ ଆସଫିକ୍ସିଆ (birth asphyxia) କୁହାଯାଏ ।[୧୬]
{{cite web}}
: Check date values in: |accessdate=
(help)