ଆହମ୍ମଦୀୟ ବା ଆହମ୍ମଦୀୟା(ଆରବୀ: أحمدية
- ଉର୍ଦ୍ଦୁ
- احمدِیہ) ହେଉଛି ଏକ ଇସଲାମୀୟ ସମାଜ ସୁଧାର ଆନ୍ଦୋଳନ ।[୧][୨][୩] ଯାହା ମୀର୍ଜା ଘୁଲାମ ଅହମ୍ମଦ(୧୮୩୫-୧୯୦୮)ଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ ହୋଇ ଉନବିଂଶ ଶତାବ୍ଦୀରେ ବ୍ରୀଟିଶ ଶାସନାଧିନ ଭାରତରେ ପ୍ରତିଷ୍ଠିତ ହୋଇଥିଲା ଯିଏକି ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ। ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ [୪][୫][୬] ଆହମ୍ମଦୀୟ ଆନ୍ଦୋଳନର ଅନୁଗାମୀମାନେ ଆହମ୍ମଦୀ ବା ଅହମ୍ମଦୀ ମୁସଲମାନ ଭାବେ ପରିଚିତ। ଅନ୍ୟମତାବଲମ୍ବୀ ମୁସଲମାନମାନେ ଏହାଙ୍କୁ ବ୍ୟଙ୍ଗୋକ୍ତିରେ କାଦିଆନୀ (କାଦିୟାନ ସ୍ଥଳର) ମୁସଲମାନ ବୋଲି କହିଥାନ୍ତି। [୭]
ଆଧାର